MEllora 950×100

ଏସବୁ ଖାଇବା ପରେ ପାଣି ପିଇଲେ .. ସ୍ୱାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ

ଖାଦ୍ୟ ଖାଇବା ପରେ ଏକ ଗ୍ଲାସ ପାଣି ପିଇବା ପରେ ଅନେକ ଖୁବ ଶାନ୍ତି ଅନୁଭବ କରିଥାଆନ୍ତି। ମାତ୍ର ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଭୋଜନ ପରେ ତୁରନ୍ତ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷଜ୍ଞ ମଧ୍ୟ ଖାଦ୍ୟ ଖାଇବାର ୩୦ ମିନିଟ୍‌‌ ପରେ ପାଣି ପିଇବାକୁ ପରାମର୍ଶ ଦେଇଥାଆନ୍ତି। ସେହିପରି ଅତି ଆବଶ୍ୟକ ନହେଲେ ଭୋଜନ ମଝିରେ ପାଣି ପିଇବାର ଅଭ୍ୟାସ ଥିଲେ, ଏଥିରୁ ଦୂରେଇ ରୁହନ୍ତୁ। ଭୋଜନ ସମୟରେ ପାଣି ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ, ଛାତି ଓ ଗଳାରେ ଜଳାପୋଡା ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ପାଣି ସହ ମିଶି ପରିଶ୍ରା ସହ ବାହାରି ଆସିଥାଏ। ଶରୀରକୁ ସଠିକ ପୋଷକ ତତ୍ତ୍ୱ ମିଳିପାରିନଥାଏ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ମାତ୍ର ଏପରି କେତେକ ଜିନିଷ ରହିଛି, ଯାହାକୁ ଖାଇବା ପରେ ପାଣି ପିଇବା ଆଦୌ ଉଚିତ୍‌‌ ନୁହେଁ। ଏହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ..
କାକୁଡି, ତରଭୂଜ ,ପାଣି ସିଙ୍ଗଡା ଆଦି ଖାଇବା ପରେ ଆଦୌ ପାଣି ପିଅନ୍ତୁ ନାହିଁ। ଏଥିରେ ପ୍ରାକୃତିକ ଭାବେ ପାଣି ରହିଥାଏ। ଏହାକୁ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।
କ୍ଷୀର ପିଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ। ଫଳରେ ଏଥିରେ ଥିବା ପୋଷକ ତତ୍ତ୍ୱ ପେଟରେ ଜମା ହୋଇ ପରିଶ୍ରା ଆକାରରେ ବାହାରକୁ ଆସିଥାଏ। ଏହାସହ ମେଟାବୋଲିଜିୟମ ମଧ୍ୟ ଧିମା ହୋଇ ଯାଇଥାଏ। ଏହାସହ ଏସିଡିଟି ଓ ବଦହଜମି ସମସ୍ୟା ହୋଇଥାଏ।
ଖରାଦିନେ କିମ୍ବା ଶୀତଦିନେ ତଥା ଋତୁ ଜାତୀୟ ଫଳ ସେବନ ପରେ ଆଦୌ ପାଣି ପିଇବା ଉଚିତ ନୁହେଁ। ଏସବୁ ଫଳ ସେବନ ପରେ ପାଣି ପିଇବା ପରେ ଏଥିରେ ଥିବା ପୋଷକ ତତ୍ତ୍ୱ ସିଧାସଳଖ ପେଟକୁ ପଳାଇଥାଏ। ଫଳରେ ଏହା ସଠିକ ଭାବେ ଶରୀରକୁ ମିଳିପାରିନଥାଏ।
ଯେପରି କଦଳୀ ସହ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସେଭଳି କଦଳୀ ଖାଇବା ପରେ ପାଣି ପିଇବା ମଧ୍ୟ ହାନୀକାରକ। ଏହା ପେଟ ଭିତରେ ବିଷ ଭଳି କାର୍ଯ୍ୟ କରିଥାଏ। ପେଟ ଜନିତ ସମସ୍ୟା ହେବା ସହ ବାନ୍ତି ମଧ୍ୟ ହୋଇଥାଏ।

 

Comments are closed.