ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ପୁରୀ: ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ନିକଟବର୍ତ୍ତୀ ଅଞ୍ଚଳରେ ଭୂମି ସ୍ପର୍ଶ କରିବା ଅଧିକ ସମ୍ଭାବନା ଥିବାରୁ, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଇତି ମଧ୍ୟରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ଥାନାନ୍ତରଣ ଓ ଅପାତକାଳୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଜିଲ୍ଲାର ସାତ ଜଣ ବରିଷ୍ଠ ଅଧିକାରୀଙ୍କୁ ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣ ପ୍ରସାଦ, କୋଣାର୍କ, ଅସ୍ତରଙ୍ଗ ଏବଂ କାକଟପୁର ଦାୟିତ୍ୱ ଦିଆଯାଇଛି। ସେମାନେ ଲୋକଙ୍କ ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟ ନିରୀକ୍ଷଣ କରିବେ

ଜିଲ୍ଲାର କୃଷ୍ଣ ପ୍ରସାଦ, ବ୍ରହ୍ମଗିରି, କୋଣାର୍କ, ପୁରୀ, ଅସ୍ତରଙ୍ଗ ଓ କାକଟପୁରରେ ଏନଡ଼ିଆରଏଫର ଦଳକୁ ମୁତୟନ କରାଯାଇଛି।

Comments are closed.