ଘନ କୁହୁଡ଼ି ଚାଦର ତଳେ ଦାରିଙ୍ଗବାଡ଼ି

ଫୁଲବାଣୀ: ଘନ କୁହୁଡ଼ି ଚାଦର ତଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ। କିଛି ଦିନ ହେଲା ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ପ୍ରକାରେ ଅଞ୍ଚଳରେ ଶୁକ୍ରବାର ସକାଳୁ ଘନ କୁହୁଡ଼ିର ଚାଦର ଦେଖାଯାଇଥିଲ। ଗୁରବାର ବିଳମ୍ବିତ ରାତ୍ରିଠାରୁ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ସକାଳ ଦିନ ୯ ଟା ଯାଏଁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲ। ଘନକୁହୁଡ଼ି ଫଳରେ ଶୁକ୍ରବାର ସକାଳେ ଯାନବାହାନ ଯାତାୟାତରେ ବହୁ ସମସ୍ୟା ଦେଖାଦେଇଥିଲା। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ତିଲୋରୀ, ବାଡାବାଙ୍ଗା ଶ୍ରାନିକେତା, ସୁଲୁମହା, ଡାବୁଲମାହା ଆଦି ଅଂଚଳରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା। କୁହୁଡ଼ି ଯୋଗୁଁ ଛିଡ଼ା ହୋଇଥିବା ସ୍ଥାନରୁ ୧ମିଟର ଦୂରତାର ଦୃଶ୍ୟ ଦେଖିବା ସମ୍ଭବପର ହୋଇନଥିଲା ଯାହାଫଳରେ ଯାନବାହାନ ଗୁଡ଼ିକ ସକାଳ ୯ଟା ଯାଏଁ ଲାଇଟ ଲଗାଇ ଯିବା ଆସିବା କରିଥିବା ଦେଖିବାକୁ ମିଳିଥିଲା ସେହିଭଳି ଜିଲାର ଫୁଲବାଣୀ, ବାଲିଗୁଡ଼ା, ତୁମୁଡ଼ିବନ୍ଧ, ବେଲଘର ଭଳି ବିଭିନ୍ନ ଅଞ୍ଚଳରେ ମଧ୍ୟ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିଥିବା ଦେଖାଯାଇଛି।

Comments are closed.