୨୦୨୦-୨୧ ବଜେଟ ପାଇଁ କସରତ : ସୋମବାର ପ୍ରାକ୍‍ ବଜେଟ୍‍ ବୈଠକ

ନୂଆଦିଲ୍ଲୀ :  ୨୦୨୦-୨୧ ବଜେଟ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ଯାହାର ଅଂଶ ସ୍ବରୁପ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଅର୍ଥାତ ସୋମବାରଠାରୁ ନୂଆଦିଲ୍ଲୀରେ ବିଭିନ୍ନ ପକ୍ଷଙ୍କ ସହ ପ୍ରାକ୍‍ ବଜେଟ୍‍ ବିଚାରବିମର୍ଶ କରିବେ। ଏହି ବୈଠକ କାଳରେ ସେ ବିଭିନ୍ନ ଶିଳ୍ପସଂସ୍ଥା, କୃଷକ ସଂଗଠନ ଓ ଅର୍ଥନୀତିଜ୍ଞଙ୍କଠାରୁ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ମତାମତ ଲୋଡିବେ।

ଆସନ୍ତାବର୍ଷ ଫେବୃୟାରୀ ପହିଲାରେ ସେ ପାର୍ଲାମେଣ୍ଟରେ ତାଙ୍କର ଦ୍ୱିତୀୟ ବଜେଟ୍‍ ଉପସ୍ଥାପନ କରିବେ। ଷ୍ଟାର୍ଟଅପ୍‍, ଫିନଟେକ୍‍
ଓ ଡିଜିଟାଲ କ୍ଷେତ୍ରର ବ୍ୟକ୍ତିମାନଙ୍କୁ ମଧ୍ୟ ଅର୍ଥମନ୍ତ୍ରୀ ସାକ୍ଷାତ କରିବେ। ପରେ ଶ୍ରୀମତୀ ସୀତାରମଣ ଅର୍ଥନୈତିକ କ୍ଷେତ୍ର ଓ ପୁଞ୍ଜିବଜାରର ପ୍ରତିନିଧିମାନଙ୍କ ସହିତ ମଧ୍ୟ ବିଚାରବିମର୍ଶ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.