ଶିବରାତ୍ରିରେ ମହାପ୍ରଭୁଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ: ପୂରଣ ହେବ ମନୋସ୍କାମନା

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସରଳ। ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରି ବ୍ରତ ବହୁତ ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ ସାରା ଦେଶରେ ଥିବା ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। ଏମିତିରେ ପ୍ରତି ମାସରେ ଶିବରାତ୍ରି ପଡିଥାଏ କିନ୍ତୁ ଫାଲଗୁନ୍ ମାସରେ ପଡୁଥିବା ମହାଶିବରାତ୍ରି ବିଶେଷ ମହତ୍ତ୍ବ ରଖିଥାଏ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରି ଦିନ କେଉଁ ଫୁଲ ମହାଦେବଙ୍କ ଉପରେ ଚଢାଇବା ଦ୍ବାରା ମନୋସ୍କାମନା ପୂରଣ ହୋଇଥାଏ।

ଶମି ଫୁଲ- ଶିବ ପୁରାଣରେ ଭଗବାନ ଶଙ୍କରଙ୍କ ପୂଜାରେ ଫୁଲ-ପତ୍ର ଚଢାଇବାର ବିଶେଷ ମହତ୍ତ୍ବ ରହିଛି। ଶମି ଫୁଲ ଶିବଲିଙ୍ଗ ଉପରେ ଅର୍ପିତ କରିବା ଦ୍ବାରା ଧନ ସମୃଦ୍ଧିର ଆର୍ଶିବାଦ ମିଳିଥାଏ। ଏହା ସହ ଶମି ବୃକ୍ଷ ଲଗାଇବା ଦ୍ବାରା ଶନି ସମ୍ବନ୍ଧୀୟ ସମସ୍ତ ଦଶା ଦୂର ହୋଇଥାଏ।

ଚମ୍ପା ଫୁଲ- ଯଦି ଆପଣ ଅବିବାହିତ ଏବଂ ଉତ୍ତମ ଜୀବନସାଥୀ ଚାହୁଁଛନ୍ତି ତେବେ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ତାଙ୍କ ପ୍ରିୟ ଚମ୍ପା ଫୁଲ ଅର୍ପଣ କରନ୍ତୁ। ଏହା ସହ ଭଗବାନ ଶିବଙ୍କ ସାଧନା ଓ ଆରାଧନା କରିବା ଦ୍ବାରା ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ଆବଶ୍ୟ ପ୍ରାପ୍ତି ହେବ।

ଅଲସୀ ଫୁଲ- ଭଗବାନ ଶିବଙ୍କ ସାଧନାରେ ଅଲସୀ ଫୁଲର ବିଶେଷ ମହତ୍ତ୍ବ ରହିଛି। ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ଦିନ ଏହି ଫୁଲକୁ ଅର୍ପଣ କରିବା ଦ୍ବାରା ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ।

ଅରଖ ଫୁଲ- ନୀଳ ଏବଂ ଧଳା ରଙ୍ଗର ଅରଖ ଫୁଲ ଭଗବାନ ଶିବଙ୍କ ପୂଜାରେ ବିଶେଷ ଭାବେ ଅର୍ପଣ କରାଯାଏ। କୁହାଯାଏ ଏହି ଫୁଲ ଅର୍ପଣ କରିବା ଦ୍ବାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି। ଏହି ଫୁଲର ପ୍ରୟୋଗରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ବାସ୍ତୁ ଦୃଷ୍ଟିରୁ ଏହି ଫୁଲ ଗଛ ସୁଖ ଓ ସମୃଦ୍ଧିର କାରକ ଅଟେ।

କନିଆର ଫୁଲ- କେବଳ ଭଗବାନ ଶିବଙ୍କର ନୁହେଁ ସବୁ ଦେବୀ-ଦେବତାଙ୍କ ଅତ୍ୟନ୍ତ ପ୍ରିୟ ହେଉଛି କନିଆର ଫୁଲ। ମାନ୍ୟତା ଅନୁଯାୟୀ ଭଗବାନ ଶିବଙ୍କୁ ଏହି ଫୁଲ ଚଢାଇବା ଦ୍ବାରା ମନୁଷ୍ୟକୁ ଇଚ୍ଛା ମୁତାବକ ଧନ ଲାଭ ହୋଇଥାଏ।

ଅଗସ୍ତ୍ୟ ଫୁଲ- ମାନ୍ୟତା ଅନୁଯାୟୀ ମହାଶିବରାତ୍ରି ଦିନ ଅଗସ୍ତ୍ୟ ଫୁଲରେ ଭଗବାନ ଶିବଙ୍କ ଉପସନା କରିବା ଦ୍ବାରା ମାନ-ସମ୍ମାନ ଓ ଯଶ ବୃଦ୍ଧି ହୋଇଥାଏ। ଏହି ବୃକ୍ଷକୁ ହଥିୟା, ମୁନିବୃକ୍ଷ, ବଙ୍ଗସେନ ଆଦି ଭିନ୍ନ ଭିନ୍ନ ନାମରେ ବିଭିନ୍ନ ସ୍ଥାନରେ ଜଣାଯାଏ। ଏହି ବୃକ୍ଷ ମୂଳରେ ଅଗସ୍ତ୍ୟ ମୁନୀ ତପସ୍ୟା କରିଥିବାରୁ ଏହାକୁ ଅଗସ୍ତ୍ୟ ବୃକ୍ଷ କୁହାଯାଏ।

ପାରିଜାତ ଫୁଲ- ଭଗବାନ ଶିବଙ୍କ ପୂଜାରେ ଗଙ୍ଗଶିଉଳୀ ଫୁଲର ବିଶେଷ ଭାବେ ବ୍ୟବହାର କରାଯାଏ। ଏହାକୁ ପାରିଜାତ ଫୁଲ ମଧ୍ୟ କୁହାଯାଏ। ଏହି ଫୁଲ ଧଳା ରଙ୍ଗ ଏବଂ ଏହାର ମଝିରେ ନାରଙ୍ଗି ରଙ୍ଗ ରହିଥାଏ। ରାତିରେ ଫୁଟୁଥିବା ଏହି ଫୁଲକୁ ଭଗବାନ ଶିବଙ୍କ ନିକଟରେ ଅର୍ପଣ କରିବା ଦ୍ବାରା ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ।

ଦୁଦୁରା ଫୁଲ- ଧତୁରା ବା ଦୁଦୁରା ଫୁଲ ଭୋଳାନାଥଙ୍କ ଅତ୍ୟନ୍ତ ପ୍ରିୟ। ଶିବଙ୍କ ପୂଜାରେ ଏହାର ଫଳ ଓ ଫୁଲ ବିଶେଷ ଭାବେ ଅର୍ପଣ କରାଯାଏ। ମାନ୍ୟତା ଅନୁଯାୟୀ ଯେଉଁ ଦମ୍ପତି ଶିବରାତ୍ରି ଦିନ ଦୁଦୁରା ଫୁଲ ସହ ଭଗବାନ ଶିବଙ୍କ ପୂଜା କରନ୍ତି, ସେମାନଙ୍କୁ ଶିବ କୃପାରୁ ବହୁତ ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।

ଜୁହି ଫୁଲ- ଦୁଃଖ ଓ ଦାରିଦ୍ର୍ୟ ଦୂର କରିବା ପାଇଁ ମହାଶିବରାତ୍ରି ଦିନ ଜୁହି ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏହି ଫୁଲରେ ଭଗବାନ ଶିବଙ୍କ ପୂଜା କରିବା ଦ୍ବାରା କଦାପି ଅନ୍ନ ଅଭାବ ହୋଇ ନ ଥାଏ। ଏହା ସହ ଅନ୍ନ ଅଭାବ ସମସ୍ୟା ଥିଲେ ତାହା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି।

ମଲ୍ଲି ଫୁଲ- ମଲ୍ଲି ଫୁଲ ଭଗବାନ ଶିବଙ୍କ ପ୍ରିୟ। ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ମଲ୍ଲି ଫୁଲ ଅର୍ପଣ କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହା ସହ ଯାନବାହନ ପ୍ରାପ୍ତି ହୋଇଥାଏ ।

Comments are closed.