କ୍ଷେତରେ କମଳ ଚାଷ

ଆମ ଦେଶର ଜମ୍ମୁ-କାଶ୍ମୀରରେ ପଦ୍ମ ଚାଷ ହୋଇ ଦେଶବିଦେଶକୁ ରପ୍ତାନି ହୁଏ। ସେଠି ଥିବା ଡାଲ ହ୍ରଦ, ବୁଲର ହ୍ରଦ ଓ ଆଞ୍ଚର ହ୍ରଦରେ ପଦ୍ମ ଚାଷ କରି ସ୍ଥାନୀୟ ଚାଷୀମାନେ ରୋଜଗାର କରୁଛନ୍ତି। ପ୍ରଥମଥର କାଶ୍ମୀରବାସିନ୍ଦା ଅବଦୁଲ୍ ଅହମ୍ ବାନି ମାଟିରେ ପଦ୍ମ ଚାଷ କରି ଲାଭବାନ୍ ହୋଇଛନ୍ତି। ପାଖଆଖରେ ସମସ୍ତେ ତାଙ୍କୁ ‘କିସାନ୍ ଚାଚା’ ନାଁରେ ଜାଣନ୍ତି। ଏଇ ବର୍ଷ ଜୁନ୍ରେ ପ୍ରଥମ କରି ସେ ପଦ୍ମ ମଞ୍ଜି ରୋପଣ କରିଥିଲେ। ନଭେମ୍ବର ତୃତୀୟ ସପ୍ତାହବେଳକୁ ଗୋଟିଏ ପାଖ କ୍ଷେତରୁ ୪ କୁଇଣ୍ଟାଲ୍୍ରୁ ଅଧିକ ପଦ୍ମ ଉତ୍ପାଦନ ହୋଇସାରିଛି। ଚାଚା ତାଙ୍କର ଏହି ଚାଷ ପଦ୍ଧତି ସଂପର୍କରେ ଏବେ ଅନ୍ୟ ଲୋକଙ୍କୁ ମଧ୍ୟ ତାଲିମ ଦେବା ଆରମ୍ଭ କରିଛନ୍ତି।
Comments are closed.