’ସୁପର ଡାନ୍ସର ଚାପ୍ଟର ୪’: ବାଜି ମାରିନେଲେ ଫ୍ଲୋରିନା

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟାଲିଟି ଶୋ’ ‘‘ସୁପର ଡାନ୍ସର ଚାପ୍ଟର ୪’’ର ବିଜେତା ହୋଇଛନ୍ତି ଆସାମ ଜୋରହାଟର ଫ୍ଲୋରିନା ଗୋଗୋଇ। ଶନିବାର ପ୍ରସାରିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେରେ ଫ୍ଲୋରିନାଙ୍କୁ ବିଜେତା ଘୋଷଣା କରାଯାଇଛି। ବିଜେତା ଭାବେ ତାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହାସହିତ ତାଙ୍କ ସୁପର୍‌ ଗୁରୁ ତୁଷାର ଶେଟ୍ଟୀଙ୍କୁ ତାଙ୍କ ପରିଶ୍ରମ ଓ ଉତ୍କୃଷ୍ଟ ନୃତ୍ୟ ପ୍ରଶିକ୍ଷଣ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି।


ଫ୍ଲୋରିନାଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କର୍ଣ୍ଣାଟକର ପୃଥ୍ବୀରାଜ କୋଙ୍ଗରୀ। ସେହିପରି ପଞ୍ଜାବର ସଞ୍ଚିତ ଚନ୍ନା ତୃତୀୟ ସ୍ଥାନରେ ଥିବା ବେଳେ ମଧ୍ୟପ୍ରଦେଶର ନୀରଜା ତିୱାରୀ ଚତୁର୍ଥ ଏବଂ ନୂଆଦିଲ୍ଲୀର ଇଶା ମିଶ୍ରା ପଞ୍ଚମ ସ୍ଥାନରେ ରହିଛନ୍ତି।
ସମସ୍ତ ଫାଇନାଲିଷ୍ଟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

Comments are closed.