ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଫ୍ଲୋରିଡା ସମୁଦ୍ର ଉପକୂଳ

- ଆମେରିକାର ଚତୁର୍ଥ ଜନବହୁଳ ରାଷ୍ଟ୍ର ଫ୍ଲୋରିଡା

ଫ୍ଲୋରିଡା: ଆମେରିକାର ଚତୁର୍ଥ ଜନବହୁଳ ରାଷ୍ଟ୍ର ଫୋରିଡାରେ କରୋନା ସଂକ୍ରମିତ ରୋଗୀ ସଂଖ୍ୟା ୨୫ହଜାରକୁ ଛୁଇଁଥିବା ବେଳେ ସେଠାରେ ଗୋଟିଏ ଦିନରେ ୧ହଜାର ୪୦୦ ସଂକ୍ରମିତ ଚିହ୍ନଟ କରାଯାଇଛି। ତଥାପି ଆମେରିକାରେ ଫ୍ଲୋରିଡା ସମୁଦ୍ର ଉପକୂଳ ପର୍ୟ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଲାଗି ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ସମୁଦ୍ରକୂଳରେ ଜଗିଂ, ଫିସିଂ, ସର୍ଫିଂ, ଡଗ୍‌-ୱାକିଂ ଏବଂ ଅନ୍ୟାନ୍ୟା ବ୍ୟାୟାମ ଆଦି ଉପରେ କଟକଣା ଲାଗୁ କରାଯାଇଛି। ସେହିପରି କୁଲର, ଚେୟାର୍ ଏବଂ ଗ୍ରିଲ୍‌ ଭଳି ଆରାମଦାୟକ ସାମଗ୍ରୀ ସମୁଦ୍ର କୂଳକୁ ନେବା ପାଇଁ ଅନୁମତି ଦିଆଯାଇନାହିଁ।

ଦକ୍ଷିଣ ଫ୍ଲୋରିଡ଼ା ମୁନିସ୍‌ପାଲିଟି ସମୁଦ୍ରକୂଳ ବନ୍ଦ ରଖିଥିବା ବେଳେ ଉତ୍ତର ଫ୍ଲୋରିଡ଼ା ସମୁଦ୍ରକୂଳ ଖୋଲାଯିବାକୁ ଯୋଜନା ରହିଛି। ମିଆମି ମେୟର କାର୍ଲୋସ୍‌ ଜିମେନେଜ୍ (ଯିଏ ମାର୍ଚ୍ଚ ୨୦୨୦ରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ) କହିଛନ୍ତି ଯେ ସମୁଦ୍ରକୂଳରୁ ଧୀରେ ଧୀରେ କଟକଣା ହଟାଇ ଦିଆଯିବ। ଫଳରେ ଲୋକେ ସାଧାରଣ ଜୀବନଶୈଳୀ ଅତିବାହିତ କରିପାରିବେ। ଜାକ୍‌ସୋନ୍‌ଭାଇଲ୍‌ ମେୟର ଲେନି କୁରି କହିଛନ୍ତି ଯେ ସମୁଦ୍ରକୂଳ ଖୋଲାଗଲେ ମଧ୍ୟ ଲୋକମାନଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖିବାପାଇଁ ନିର୍ଦେଶ ଦିଆଯାଇଛି।

Comments are closed.