ଶହୀଦ ମିନାରରେ ପୁଷ୍ପାଞ୍ଜଳି ଦେଇ ବିଦାୟ ନେଲେ ପୂର୍ବତନ  ଜିଲ୍ଲାପାଳ

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ନବରଙ୍ଗପୁର ଜିଲ୍ଲାରେ ୪ବର୍ଷରୁ ଅଧିକ ସମୟ ଚାକିରୀ ଜୀବନରେ ପରେ ଅବସର ନେଇଥିଲେ। ତେବେ  ସେ ନବରଙ୍ଗପୁରରୁ ବିଦାୟ ନେବା ଅବସରରେ ପାପଡାହାଣ୍ଡି ଶହୀଦ ସ୍ମୃତି ପୀଠକୁ ଯାଇ ପୁଷ୍ପମାଲ୍ୟ ଦେଇ ବିଦାୟ ନେଇଥିଲେ।
ଡକ୍ଟର ମିଶ୍ରଙ୍କ ଅବସର ପରେ ତାଙ୍କୁ ଏକ ବର୍ଷ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଡକ୍ଟର ମିଶ୍ର ଶହୀଦ ମିନାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶହୀଦଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ସମୟରେ  ସେ ଶହୀଦ ମିନାରରେ ପୁଷ୍ପାଞ୍ଜଳୀ ଦେଇ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଜିଲାରୁ ବିଦାୟ ନେବା ସମୟରେ ଶହୀଦଙ୍କୁ ପୁଷ୍ପାଞ୍ଜଳୀ ଦେଇ ଫେରିଥିବା କହିଛନ୍ତି। ସେଠାରୁ ମିଶ୍ର ନୀଳକଣ୍ଠେଶ୍ଵର ମନ୍ଦିର ଯାଇ ପୂଜାର୍ଚନା କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ଶିବ କୁମାର ତ୍ରିପାଠୀ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ନିଜର ଚାରି ବର୍ଷର ଜିଲ୍ଲାପାଳ ଭାବେ କ​ର୍ଯ୍ୟ କରି‌ବା ସମୟରେ ସେ ଏ ଅଞ୍ଚଳର ବହୁତ ବିକାଶ କରିଥିଲେ। ଜିଲ୍ଲାବାସୀଙ୍କୁ ସାରା ଜୀବନ ମନେ ରଖିବେ ବୋଲି କହିଛନ୍ତି।

Comments are closed.