ଫୁଲୁଛି ବଂଶଧାରା – ଭୟରେ ନଦୀକୂଳିଆ ଗାଁର ଲୋକ

ପଦ୍ମପୁର – ରାଜ୍ୟରେ ଗତ ଦୁଇଦିନହେବ ଲଘୁଚାପଜନିତ ଲଗାଣ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଈ କୂଳରେ ରହୁଥିବା ଗ୍ରାମବାସୀ ଆତଙ୍କିତ । ୨୦୦୭ ଅଗଷ୍ଟ ସାତ ତାରିଖ ଦିନ ଏଭଳି ବର୍ଷା ଲାଗିରହିଥିବାରୁ ଗୁମୁଡ଼ା ବଂଶଧାରା ସେତୁ ଭାଙ୍ଗି ଯାଇ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା ଅଞ୍ଚଳରେ ଚାଷ ଜମିରେ ଜଳ ମାଡିଯାଇ ଲୋକେ ମାନେ ବହୁ କ୍ଷତି ସହିଥିଲେ, ସେହି ଭୟକୁ ଆଜିପର୍ଯ୍ୟନ୍ତ ଲୋକେ ଭୁଲିପାରି ନାହାନ୍ତି।

ବଂଶଧାରା ନଦୀର ଉପର ମୁଣ୍ଡରେ ବର୍ଷା ହେଲେପଦ୍ମପୁର ବ୍ଲକର ନାଇରା, ଡେରିଙ୍ଗା, କାର୍ଣ୍ଣପଡୁ, ଡେରିଙ୍ଗା, ରାଡୁ, ବିଚିକୋଟ, ରାମନାଗୁଡା ବ୍ଲକର ଗୁମୁଡ଼ା, ଖାଲଗୁମୁଡ଼ା, ଲିମାପାଦର, ଖିଲିଙ୍ଗାରାଇ, ଭାମୀନି ପାଖାପାଖି ୩୦ରୁ ୪୦ ଖଣ୍ଡଗ୍ରାମରେ ବନ୍ୟାପାଣି ପଶିଯାଉଛି। ନଦୀ କୂଳରେ ଆଡ଼ିବନ୍ଧ ତିଆରି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ନଦୀ ଗର୍ଭ ମୁହାଁ ଅନେକ ଗାଁ । ବର୍ଷା ଦିନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଆଡି ବନ୍ଧ ପାଇଁ ଶିଳାନ୍ୟାସ ହୋଇଛି ମାତ୍ର କାମ ଆରମ୍ଭ ହୋଇନାହିଁ । ବର୍ଷା ହେଲେ ନଈ କୂଳିଆ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments are closed.