ମହାନଦୀରେ ଆସୁଛି ବଡ ବନ୍ୟା, ହୀରାକୁଦରୁ ୪୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ହୀରାକୁଦ: ମହାନଦୀରେ ଆସୁଛି ବଡ ବନ୍ୟା । ସାମ୍ଭବ୍ୟ ବନ୍ୟା ଦୃଷ୍ଟିରୁ ସରକାର ମଧ୍ୟ ସତର୍କ କରାଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ରେ ଜଳସ୍ଥର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ହୀରାକୁଦ ଡ୍ୟାମ୍‌ରୁ ଆଉ ୪ଟି ଗେଟ୍‌ ଖୋଲାଯିବା ସହ ଏବେ ୪୦ଟି ଗେଟ୍‌ ଦେଇ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି। ବାମ ପଟେ ୨୫ଟି ଗେଟ୍‌ ଓ ଡାହାଣ ପଟେ ୧୫ଟି ସ୍ଲ୍ୟୁଇସ୍‌ ଗେଟ୍‌ରେ ଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀରେ ବନ୍ୟା ସମ୍ଭାବନା ରହିଛି। ମହାନଦୀର ଏବେ ବର୍ମୁଲ୍‌ଠାରେ ୭ଲକ୍ଷ ୯୪ହଜାର, ମୁଣ୍ଡୁଳିଠାରେ ୬ଲକ୍ଷ ୯୭ହଜାର, ଖୈରାମାଲ୍‌ଠାରେ ୯ଲକ୍ଷ ୫୭ହଜାର ଓ ପାର୍ଥଲାଠାରେ ୨ଲକ୍ଷ ୪୧ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୬ଲକ୍ଷ ୬୦ହଜାର କ୍ୟୁସେକ୍‌ ଜଳ ପଶୁଛି ଓ ୫ଲକ୍ଷ ୧୩ହଜାର କ୍ୟୁସେକ୍‌ ଜଳ ଛାଡୁଛି। ଇବ୍‌ ଏବଂ ଭେଡେନ୍‌ ନଦୀର ବହୁ ପରିମାଣର ଜଳ ହୀରାକୁଦ ଡ୍ୟାମ୍‌ ଭିତରକୁ ପ୍ରବେଶ କରୁଛି। ଏବେ ହୀରାକୁଦରେ ୪୦ଟି ଗେଟ୍‌ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି। ଏହାଫଳରେ ମହାନଦୀ ତଳମୁଣ୍ଡରେ  ବନ୍ୟା ଆଶଙ୍କା ରହିଛି।

ବନ୍ୟାଖବର ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଦେଇ କହିଛନ୍ତି ଯେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ୮ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ହୀରାକୁଦକୁ ମହାନଦୀରୁ ୬ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯାଉଛି। ତଳମୁଣ୍ଡ ପାଣିକୁ ମିଶାଇଲେ ମୁଣ୍ଡଳିରେ ୧୦ରୁ ସାଢ଼େ ୧୦ଲକ୍ଷ ପାଣି ଯାଉଛି। ଖଇରିମାଳରୁ ମୁଣ୍ଡଳି ପର୍ଯ୍ୟନ୍ତ ଏବଂ କଟକ ତଳକୁ ଆଜି ଆଉ ବର୍ଷା ହୋଇନାହିଁ। ପୂର୍ବରୁ ମହାନଦୀ ସିଷ୍ଟମ୍‌ରେ ୧୬ଲକ୍ଷ କ୍ୟୁସେକ୍‌ ଯାଏ ଜଳ ପ୍ରବାହ ସମ୍ଭାଳିଛି। ତେଣୁ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ରେ ଏକ ମଧ୍ୟମ ଧରଣ ବନ୍ୟା ଆଶଙ୍କା କରାଯାଉଛି। ମହାନଦୀ ସିଷ୍ଟମ୍‌ର ସବୁ ଜିଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ଆଗୁଆ ପଠାଯାଇଛି, ସେମାନେ ପ୍ରସ୍ତୁତ ଅଛନ୍ତି।

Comments are closed.