ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା

ବାଲେଶ୍ବର: ବିପଦ ସଂକେତରୁ ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ରାଜଘାଟ ରେଳବାଇ ଗେଜ୍ ଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ୧୦.୩୬ ମିଟର ବିପଦ ସଂକେତ ଥିଲା ବେଳେ ଆଜି ଦିନ ୩ଟାରେ ୧୦.୭୫ ମିଟରରେ ପ୍ରବାହିତ ହେଉଛି। ସେଠାରେ ଜଳସ୍ତର ୧୧.୫୦ ମିଟର ହେବ ବୋଲି ଆକଳନ କରାଯାଇଛି।ନଦୀ ବନ୍ଧର କେତେକ ସ୍ଥାନରେ ବିପଦ ସୃଷ୍ଟି ହୋଇଛି। ଆଜି ଦିନ ୨ଟାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ନିର୍ବାଚିତ ପଂଚାୟତ ପ୍ରତିନିଧି, ଜଳ ସମ୍ପଦ ବିଭାଗର ଉଚ୍ଚ କର୍ମକର୍ତା, ବ୍ଲକ କର୍ମକର୍ତାଙ୍କୁ ନେଇ ବନ୍ୟା ପରିସ୍ଥିତି ଆକଳନ ଓ ସମୀକ୍ଷା କରିଛନ୍ତି। ନଦୀ ବନ୍ଧର ବିପଦସଙ୍କୁଳ ସ୍ଥାନଗୁଡିକରେ ବାଲି ବସ୍ତା ଓ ବିଭାଗୀୟ କର୍ମଚାରୀ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଗତ ୪/୫ ଦିନ ଧରି ଲଗାଣ ବର୍ଷା ହୋଇ ବହୁ ଘର ଦ୍ୱାର ଭାଙ୍ଗିବା, ଘରେ ପାଣି ପଶିବା, ଲୋକେ ଉପବାସରେ ଦିନ କାଟିବାର ଅଭିଯୋଗଗୁଡିକର ସମୀକ୍ଷା କରିଥିଲେ ବିଧାୟକ ଅଶ୍ୱିନୀ ପାତ୍ର। ଜଳେଶ୍ୱରରେ ଏନଡ଼ିଆରଏଫର ଏକ ଟିମ ପହଞ୍ଚିଥିବା ଜଣାପଡ଼ିଛି।

Comments are closed.