ନରାଜରେ ବଢ଼ୁଛି ମହାନଦୀ ଜଳସ୍ତର ; ରାଜଘାଟରେ ବିପଦ ସଙ୍କେତ ନିକଟରେ ସୁବର୍ଣ୍ଣରେଖା

ଭୁବନେଶ୍ୱର : ମହାନଦୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଥିବାବେଳେ ଜଳକାରେ ଘାଇ ସୃଷ୍ଟି ହେବା ଯୋଗୁଁ ବାଲେଶ୍ବର ଜିଲାର ବସ୍ତା ଓ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ନେଇ ଆଶଙ୍କା କରାଯାଉଛି। ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଜଳସ୍ତର ୭.୧୮ ମିଟର ଉପରେ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଏକତାଳି ଗାଁ ନିକଟ ଜଳକା ନଦୀବନ୍ଧରେ ୫୦୦ ଫୁଟର ଘାଇ ସୃଷ୍ଟି ହୋଇଛି। ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଜିଲାର ମଥାନିଠାରେ ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର ପ୍ରଭାବ କରୁଛି। ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟାରେ ୭ ମିଟର, ୯ଟାରେ ୭.୨୯ମିଟର, ମଧ୍ୟାହ୍ନ ୧୨ଟାରେ ୭.୩୦ମିଟର, ଅପରାହ୍ଣ ୩ଟା ବେଳକୁ ୭.୧୮ ମିଟର ଏବଂ ସନ୍ଧ୍ୟା ୬ଟାରେ ଜଳ ପ୍ରବାହ ୭ ମିଟରରେ ଥିଲା। ନରାଜଠାରେ ମହାନଦୀର ଜଳସ୍ତର ବଢ଼ୁଛି। ଜଳସ୍ତର ୨୫.୪୧ ମିଟର ଥିବାବେଳେ ବିପଦ ସଙ୍କେତ ୨୬.୪୧ ମିଟର ରହିଛି। ହେଲେ ଅପରାହ୍ଣ ୩ଟା ବେଳକୁ ୨୪.୧୦ ମିଟର ଏବଂ ୬ଟାରେ ୨୪.୧୯ ମିଟର ଜଳ ପ୍ରବାହିତ ହେଉଛି। ଦେବୀ ନଦୀର ଆଳିପିଙ୍ଗଳଠାରେ ଜଳସ୍ତର ୧୦.୮୫ ମିଟର ଥିବାବେଳେ ବିପଦ ସଙ୍କେତ ୧୧.୭୬ମିଟର ରହିଛି। ୩ଟାବେଳକୁ ୬.୧୮ମିଟର ଏବଂ ୬ଟାରେ ୬.୨୭ମିଟର ଜଳ ପ୍ରବାହିତ ହେଉଥିଲା। ଏଠାରେ ବେଳକୁ ବେଳ ଜଳସ୍ତର ବୃଦ୍ଧି ପାଉଛି। ବ୍ରାହ୍ମଣୀ ନଦୀ ପାଣି ପାନପୋଷଠାରେ ଅପରାହ୍ଣ ୩ଟା ବେଳକୁ ବଢ଼ୁଥିବା ବେଳେ ସନ୍ଧ୍ୟା ୬ଟା ବେଳକୁ ସ୍ଥିର ରହିଛି। ପାନପୋଷରେ ବିପଦ ସଙ୍କେତ ୧୭୮.୪୨ ମିଟର ଥିବାବେଳ ୧୭୩.୮୫ ମିଟର ଜଳ ପ୍ରବାହ କରୁଛି। ଜେନାପୁରଠାରେ ବିପଦ ସଙ୍କେତ ୨୩ ମିଟର ରହିଛି; କିନ୍ତୁ ସନ୍ଧ୍ୟା ୬ଟା ବେଳକୁ ଏଠାରେ ୨୧.୫୧ ମିଟର ଜଳ ପ୍ରବାହ କରୁଥିଲା। ବୈତରଣୀ ନଦୀ ଜଳସ୍ତର ଆନନ୍ଦପୁରଠାରେ ଦିନ ୩ଟା ବେଳକୁ ବଢ଼ୁଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଏଠାରେ ଜଳସ୍ତର ହ୍ରାସ ପାଇଛି। ଆନନ୍ଦପୁରରେ ଜଳସ୍ତର ୩୭.୪୫ ମିଟର ରହିଛି। ବିପଦ‌ ସଙ୍କେତ ୩୮.୩୬ ମିଟର ଥିବାବେଳେ ୩ଟା ସମୟରେ ୩୪.୯୯ ମିଟର ଏବଂ ୬ଟାରେ ୩୪.୯୬ ମିଟରକୁ ହ୍ରାସ ପାଇଥିବା ଜଣାପଡିଛି। ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ୧୭.୩୪ ମିଟର ଜଳ ପ୍ରବାହିତ କରୁଛି। ଏଠାରେ ଜଳସ୍ତର ସ୍ଥିର ରହିଛି। ଏନଏଚ-୫ରେ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଉଛି। ନଦୀର ଜଳସ୍ତର ୭.୨୧ ମିଟର ଥିବାବେଳେ ବିପଦ ସଙ୍କେତ ୮.୧୩ ମିଟର ରହିଛି। ହେଲେ ଅପରାହ୍ଣ ୩ଟା ସୁଦ୍ଧା ୬ ମିଟର ଏବଂ ୬ଟା ବେଳକୁ ଜଳସ୍ତର ବୃଦ୍ଧି ପାଇ ୬.୬ ମିଟର ଜଳ ପ୍ରବାହ କରୁଥିଲା।
ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମଶୋଳାଘାଟରେ ହ୍ରାସ ପାଉଥିବାବେଳେ ରାଜଘାଟରେ ବଢ଼ୁଛି। ରାଜଘାଟରେ ଜଳସ୍ତର ୯.୪୫ ମିଟର ଥିବାବେଳେ ବିପଦ‌ ସଙ୍କେତ ୧୦.୩୬ ମିଟର ରହିଛି। ଏଠାରେ ମଧ୍ୟାହ୍ନ ୧୨ଟାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ୧୨ଟା ସମୟରେ ୯.୬୯ ମିଟର, ୩ଟା ବେଳକୁ ୯.୯୧ ମିଟର ଏବଂ ସନ୍ଧ୍ୟା ୬ଟାରେ ୧୦.୨ମିଟର ଜଳ ପ୍ରବାହିତ କରୁଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୫ ମିଟର ଥିବାବେଳେ ୪୬.୮୦ ମିଟର ପ୍ରବାହ କରୁଛି। ବଂଶଧାରା ନଦୀର ଜଳସ୍ତର ଗୁଣୁପୁରଠାରେ ବୃଦ୍ଧି ପାଉଥିବା ବେଳେ କାଶୀନଗରରେ ହ୍ରାସ ପାଉଛି। କାଶୀନଗରରେ ବିପଦ ସଙ୍କେତ ୫୪.୬୦ ମିଟର ଥିବାବେଳେ ୫୩.୯ ମିଟର ପ୍ରବାହ କରୁଛି। ଗୁଣୁପୁରରେ ବିପଦ ସଙ୍କେତ ୮୪ ମିଟର ଥିବାବେଳେ ୬ଟା ବେଳକୁ ୮୦.୯୬ ମିଟର ଜଳସ୍ତର ପ୍ରବାହ କରୁଥିଲା।
ଋଷିକୂଲ୍ୟା ନଦୀର ଜଳସ୍ତର ପୁରୁଷୋତ୍ତମପୁରଠାରେ ହ୍ରାସ ପାଉଛି। ଏଠାରେ ବିପଦ ସଙ୍କେତ ୧୬.୮୩ ମିଟର ଥିବାବେଳେ ୧୩.୦୨ ମିଟର ଜଳ ପ୍ରବାହିତ କରୁଛି। କୁଶଭଦ୍ରା ଏବଂ ଇବ ନଦୀ ଜଳସ୍ତର ହ୍ରାସ ପାଉଛି। କୁଶଭଦ୍ରା ନଦର ଜଳସ୍ତର ନିମାପଡାରେ ବିପଦ ସଙ୍କେତ ୧୦.୭୬ ମିଟର ଥିବାବେଳେ ୪.୫୬ ମିଟର ଜଳ ପ୍ରବାହ କରୁଛି। ଇବ ନଦୀ ଜଳସ୍ତର ସୁନ୍ଦରଗଡରେ ବିପଦ ସଙ୍କେତ ୨୨୨ ମିଟର ଥିବାବେଳେ ୨୧୭.୯୬ ମିଟର ଜଳ ପ୍ରବାହ କରୁଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ୩ଟା ବେଳକୁ ୬୨୯.୭୧ ଥିବାବେଳେ ୧,୪୯,୮୮୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ୯୨,୭୦୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଖଇରମାଳରେ ଜଳସ୍ତର ୨,୦୬,୦୦୦ କ୍ୟୁସେକ, ବରମୂଳରେ ୩,୦୭,୫୦୦ କ୍ୟୁସେକ ଏବଂ ମୁଣ୍ଡଳିରେ ୨,୬୫,୮୦୦ କ୍ୟୁସେକ ଜଳ ପ୍ରବାହ କରୁଛି।

Comments are closed.