ଫ୍ଲିପ୍‌କାର୍ଟ କମ୍ପାନୀରେ ଗଣଧାରଣା

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ଇନ୍ଦ୍ରାଣୀପାଟଣା ପଞ୍ଚାୟତରେ ପ୍ରତିଷ୍ଠିତ ଫ୍ଲିପ୍‌କାର୍ଟ ନାମକ ଏକ ଲଜିଷ୍ଟିକ କମ୍ପାନୀ ସମ୍ମୁଖରେ ସ୍ଥାନୀୟ ଲୋକ ମାନଙ୍କ ଦ୍ୱାରା ଗତ କିଛି ଦିନ ତଳେ ୩ ଦଫା ଦାବି ନେଇ ଗଣଧାରଣା ଦିଆଯାଇଥିଲା। ଏଥିରେ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ହସ୍ତକ୍ଷେପ କରି ପଞ୍ଚାୟତବାସୀଙ୍କ ତରଫରୁ ହୋଇଥିବା ଦାବି ସମ୍ବନ୍ଧରେ କମ୍ପାନୀର ମୁଖ୍ୟ,ବିଭିନ୍ନ ପଞ୍ଚାୟତର ନେତୃବୃନ୍ଦ ଏକ ଆଲୋଚନା ପାଇଁ ବୁଧବାର ଦିନ ଧାର୍ଯ୍ୟ କରାଯାଇ ଗଣଧାରଣାକୁ ସ୍ଥଗିତ ରଖାଯାଇଥିଲା। ବୁଧବାର ପୁର୍ବତନ ବିଧାୟକ ବିଶ୍ୱାଳ,ବାଣିପଦା ସରପଞ୍ଚଙ୍କ ପ୍ରିତିନିଧୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ,ଇନ୍ଦ୍ରାଣିପାଟଣା ସରପଞ୍ଚ ସରୋଜ କୁମାର ମଲ୍ଲିକ,ସମିତିସଭ୍ୟ ମୋହନ ସାହୁ,ପୁର୍ବତନ ପୌର ଉପାଧ୍ୟକ୍ଷ ଅଜୟ ବେହେରା,ରମେଶ ନାୟକ,ଲକ୍ଷ୍ମଣ ରାଉତ,ମନୋରଞ୍ଜନ ସ୍ୱାଇଁ ଓ କମ୍ପାନୀର ଚୌଦ୍ୱାର ଶାଖା ଦାୟିତ୍ୱରେ ଥିବା ଅଧିକାରୀ ଉପସ୍ଥିତ ରହି ଏକ ବୈଠକ କରିଥିଲେ। ଆସନ୍ତା ୭ଦିନ ମଧ୍ୟରେ କମ୍ପାନୀରେ ଆବଶ୍ୟକତା ଥିବା କର୍ମଚାରୀ ସ୍ଥାନୀୟ ଅଞ୍ଚଳର ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ସହିତ ଅଞ୍ଚଳରେ ଥିବା ବିଭିନ୍ନ ଗାଡିକୁ କମ୍ପାନୀରେ ନିୟୋଜିତ କରିବାକୁ କମ୍ପାନୀ ପ୍ରତିଶୃତି ଦେଇଥିବା ସୁଚନା ମିଳିଛି।

Comments are closed.