୫ବର୍ଷ ପରେ ନିଖୋଜ ମହିଳାଙ୍କୁ ଖୋଜିପାଇଲେ ପରିବାର

ଚୌଦ୍ୱାର : ମାନସିକ ଭାରସାମ୍ୟ ହରାଇ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ପରିବାରରୁ ବିଚ୍ଛିନ୍ନ ହୋଇଥିବା ଜଣେ ମହିଳାଙ୍କୁ ଆଜି ପୁଣି ଫେରିପାଇଲେ ପରିବାରଲୋକ । ପରିବାରକୁ ଦେଖି ମହିଳା ଜଣକ ଭାବବିହ୍ବଳ ହୋଇଯାଇଥିଲେ। ନିଜ ଝିଅ ଓ ସ୍ୱାମୀକୁ ବହୁଦିନ ପରେ ପାଇ ସେ ବହୁତ ଖୁସି ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାରର ଅଂଚଳରେ। ସୂଚନା ଅନୁଯାଇ ଦୀର୍ଘ ୫ବର୍ଷ ତଳେ ଚୌଦ୍ୱାର ଅଂଚଳର ରାସ୍ତା କଡରେ ଘୁରି ବୁଲୁଥିବା ଜଣେ ଜଣେ ମାନସିକ ବିକୃତ ମହିଳାଙ୍କୁ ଚୌଦ୍ୱାର ପୁଲିସ ଉଦ୍ଧାର କରିବା ସହିତ ତାକୁ ମଙ୍ଗରାଜପୁର ପଂଚାୟତରେ ଥିବା ଜନନୀ ଆଶ୍ରମରେ ରଖିଥିଲେ। ସେଠାରେ ଦୈନିକ ଚିକିତ୍ସା ପରେ ସେ ପୂର୍ବ ଅବସ୍ଥାକୁ ଫେରି ଆସିବା ସହିତ ତାଙ୍କ ନାଁ ଜୟା ବିବି ବୋଲି କହିଥିଲା। ତା’ର ଘର କଲିକତା ମେଦିନିପୁର ବୋଲି କହିଥିଲା । ଏନେଇ ଜନନୀ ଆଶ୍ରମ ତରଫରୁ କଲିକତା ସ୍ଥିତ ପ୍ରବାସୀ ଓଡିଆ ସଂଗଠନ ସହିତ ଯୋଗାଯୋଗ କରାଯାଇଥିଲା। ଆଜି ରବିବାର ତାଙ୍କ ସ୍ୱାମୀ ଓ ଝିଅ ଆଶ୍ରମକୁ ଆସି ଜୟାକୁ ଚିହ୍ନିବା ସହିତ ତାକୁ ଘରକୁ ଫେରାଇ ନେବାକୁ କହିଥିଲେ। ଏନେଇ ଜନନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୌଦ୍ୱାର ଥାନାକୁ ଅବଗତ କରାଯାଇଥିଲା। ଜୟାକୁ ସାଙ୍ଗରେ ନେବା ପାଇଁ ତାର ସ୍ୱାମୀ ଥାନାରେ ଲିଖିତ ପ୍ରତିଶ୍ରୁତି ଦେଇ ସାଙ୍ଗରେ ନେଇଯାଇଥିବା ଜଣାପଡିଛି।