ମସୁରୀରେ ମର୍ମନ୍ତୁଦ ଦୁର୍ଘଟଣା; ୫ ମୃତ, ୨ ଗୁରୁତର

ମସୁରୀ: ଉତ୍ତରାଖଣ୍ଡର ମସୁରୀରୁ ପ୍ରାୟ ୪୦ କିମି ଦୂରରେ ଥିବା ନୈନବାଗ-ବିକାଶନଗର ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ଟିହରୀ ଅନ୍ତର୍ଗତ ନୈନବାଗର ଅଗଲାଡ ପୋଲ ନିକଟରେ ଏକ କାର ଭାରସାମ୍ୟ ହରାଇ ଖାଈକୁ ଖସି ପଡିଥିଲା। କାରରେ ୭ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ଏବଂ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହେଲିକପ୍ଟର ମାଧ୍ୟମରେ ଋଷିକେଶ ନିଆଯାଇଛି। କାରଟି ଡେରାଡୁନରୁ ଲାଖାମଣ୍ଡଲ ଯାଉଥିଲା ବୋଲି ଜଣାପଡିଛି।

Comments are closed.