ଚୀନ୍‌ରୁ ଆଜି ଫେରିବେ ୫ ଅପହୃତ

ନୂଆଦିଲ୍ଲୀ : ଚୀନ ସେନା ଦ୍ବାରା ଗତ ଶୁକ୍ରବାର ଅପହୃତ ଅରୁଣାଚଳ ପ୍ରଦେଶର ୫ ଯୁବକ ଆସନ୍ତା କାଲି (ଶନିବାର) ଭାରତ ଫେରିବା ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଚୀନ ସେନା ଏମାନଙ୍କୁ ଧରି ​‌ନେଇଥିବା ପୂର୍ବରୁ ସ୍ବୀକାର କରିବା ପରେ ସେମାନଙ୍କୁ ଫେରାଇବା ନେଇ ଭାରତୀୟ ସେନା କର୍ତ୍ତୃପକ୍ଷ ହଟ୍‌ଲାଇନ୍‌ ଯୋଗେ ଆଲୋଚନା କରିଥିଲେ। ସେମାନେ ଫେରିବା ସଂକ୍ରାନ୍ତ ଆଇନଗତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରିଜିଜୁ କହିଛନ୍ତି। ଶନିବାର ଯେ କୌଣସି ସମୟରେ ଚୀନ ​‌ସେନା ସେମାନଙ୍କୁ ଏକ ନିର୍ଦ୍ଧାରିତ ସ୍ଥାନରେ ଭାରତୀୟ ସେନାଙ୍କୁ ହସ୍ତାନ୍ତର କରିବ।

Comments are closed.