ସାଧାରଣତନ୍ତ୍ର ଦିବସରେ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ ; କେହି ମୃତାହତ ହୋଇ ନାହାନ୍ତି

ଗୁଆହଟୀ : ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବାବେଳେ ରବିବାର ଆସାମର ୫ଟି ସ୍ଥାନରେ ବୋମା ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଚରାଇଦେବ, ଦିବ୍ରୁଗଡ ଓ ତିନସୁଖିଆ ଜିଲ୍ଲାରେ ଏହି ବୋମା ବିସ୍ଫୋରଣ ଘଟିଛି । ତେବେ ଏହି  ବିସ୍ପୋରଣରେ କେହି ମୃତାହତ ହୋଇ ନାହାନ୍ତି ।

ମିଳିଥିବା ସୂଚନା ଅନୁସାରେ ଚରାଇଦେବ ଜିଲ୍ଲା ଅନ୍ତର୍ଗତ ସୋନାରୀ ନିକଟ ଟେକୋ ହାଟରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ଦୁଲିଆଜାନ ଥାନା ନିକଟରେ ୨ୟ ଏବଂ ଦିବ୍ରୁଗଡର ​ମାରୱାଡି ପଟ୍ଟି ଗୁରୁଦ୍ୱାରା ନିକଟରେ ୩ୟ ବିସ୍ଫୋରଣ ଘଟିଥିଲା। ଗ୍ରହାମ ବଜାର ସର୍କିଟ ହାଉସ ନିକଟରେ ୪ର୍ଥ ବିସ୍ଫୋରଣ ଘଟିଥିଲା । ତିନସୁଖିଆ ଜିଲ୍ଲାର ଦୁମଦୁମା ନିକଟ ୮ନଂ  ସେତୁ ନିକଟରେ ୫ମ ବିସ୍ଫୋରଣ ଘଟିଛି ।

ଗ୍ରେନେଡ ମାଧ୍ୟମରେ ଏହି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି।  ପୁଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । ବିସ୍ଫୋରଣ ପଛରେ ଉଲଫାର ହାତ ଥିବା ସନ୍ଦେହ କରାଯାଉଛି।

 

Comments are closed.