ନେହେରୁ ଯୁବକେନ୍ଦ୍ର ତରଫରୁ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

ମାଲକାନଗିରି :  ନେହେରୁ ଯୁବ କେନ୍ଦ୍ର ତରଫରୁ ମାଲକାନଗିରି ମହାବିଦ୍ୟାଳୟରେ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମାଲକାନଗିରି ଏସ୍.ଡି.ପି.ଓ. ଅଭିଳାଷ ଜି. ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗି, ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରିବା ସହ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ଅଧିକାରୀ ହରିଶ ରୁପାଲ ସଭାପତିତ୍ୱ କରିଥିବା ବେଲେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡଃ ରଂଜନ କୁମାର ସ୍ୱାଇଁ, ଆଜିର ଦିବସ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସେବା ସଂସ୍ଥା, ମାଲକାନଗିରିର ପ୍ରମୀୟ କୁମାର ମହାନ୍ତି, ଏନ୍.ସିସି ଅଧିକାରୀ ସୁଶାନ୍ତ କୁମାର ମାଝୀ, ଗୌତମ କୁମାର ନାୟକ, ପିଇଟି ପ୍ରେମରେଖା ଭତ୍ରା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ।

Comments are closed.