ଜାଲରେ ପଡ଼ିଲା ୮ କୁଇଣ୍ଟାଲ ଓଜନର ବିଶାଳ ମାଛ

ବାଲେଶ୍ଵର: ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୮ କୁଇଣ୍ଟାଲ ଓଜନର ବିଶାଳ ମଗର ମାଛ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘାଠାରେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ମାରୁଥିବାବେଳେ ଏହା ସେମାନଙ୍କ ଜାଲରେ ପଡ଼ିଛି। ମାଛର ଓଜନ ୭୮୬ କିଲୋଗ୍ରାମ ବୋଲି ସୂଚନା ମିଳିଛି। ଓଡ଼ିଶାର ଜଣେ ଟ୍ରଲର ମାଲିକଙ୍କ ଜାଲରେ ଏହି ମାଛଟି ପଡ଼ିଛି। ମାଛକୁ କୂଳକୁ ଅଣାଯିବା ପରେ ତା’କୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ଏହି ମାଛ ଅତ୍ୟନ୍ତୁ ଦୁର୍ଲଭ। ଏହାର ତେଲ ଏବଂ ହାଡ଼ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ।

Comments are closed.