ଦୁଇମୁଣ୍ଡିଆ ସାର୍କ ମାଛ ଠାବ

ମହାରାଷ୍ଟ୍ରର ପାଲଗଡ଼ ଜିଲାର ସତପତି ଗ୍ରାମବାସିନ୍ଦା ହେଉଛି ନିତିନ୍ ପଟେଲ୍। ବୃତ୍ତିରେ ମତ୍ସ୍ୟଜୀବୀ ନିତିନ ସବୁଦିନ ମାଛ ବିକ୍ରି କରି ପେଟ ପୋଷନ୍ତି। ଏଇ କିଛିଦିନ ତଳର ଘଟଣା। ସେ ଜାଲ ପକାଇଲେ, ବିଭିନ୍ନ ମାଛ ସହ ଦୁଇ ମୁଣ୍ଡିଆ ଏକ ଛୋଟ ମାଛ ମଧ୍ୟ ଜାଲରେ ଆସିଲା। ପ୍ରଥେମ ସେ ମାଛଟିକୁ ଫିଙ୍ଗିଦେବାକୁ ଭାବିଲେ କିନ୍ତୁ ପରେ ମାଛଟିକୁ ଭଲରେ ଦେଖି ସେ ଜାଣିପାରିଲେ ଏହା ସାର୍କ ପ୍ରଜାତିର ଦୁଇମୁଣ୍ଡିଆ ମାଛ। କଥାଟି ପାଖଆଖ ଅଞ୍ଚଳରେ ପ୍ରଚାରିତ ହେବା ସହ ଗଣମାଧ୍ୟମ ଓ ସୋସିଆଲ୍ ସାଇଟ୍ ଜରିଆରେ ଚର୍ଚ୍ଚା ପରିସରକୁ ଆସିଲା। ଡକ୍ଟର କେ.ଭି.ଅଖିଳେଶ, ଜନୈକ ଜୀବବିଜ୍ଞାନୀ ପରୀକ୍ଷଣ କରି ପ୍ରକାଶ କରିଛନ୍ତି, ଏଭଳି ପ୍ରଜାତିର ଦୁଇମୁଣ୍ଡିଆ ସାର୍କ ଭାରତରେ ଦେଖାଯିବା ବିରଳ। ଏହା ପୂର୍ବରୁ ୧୯୬୪ରେ ଗୁଜରାଟ୍ରେ ଓ ୧୯୯୧ରେ କର୍ଣ୍ଣାଟକରେ ଏହିଭଳି ଦୁଇମୁଣ୍ଡିଆ ସାର୍କ ଠାବ ହୋଇଥିଲା। ଏହି ଦୁଇମୁଣ୍ଡିଆ ସାର୍କ ଉପରେ ଅଧିକ ଗବେଷଣା ଜାରି ରହିଛି।