ଭାରତ ପାଇଁ ଗୌରବ: ପ୍ରଥମଥର ପାଇଁ ଆମେରିକାର ଟାଇମ୍ସ ସ୍କୋୟାରରେ ଉଡ଼ିବ ତିରଙ୍ଗା

ଭାରତୀୟ ଜାତୀୟ ପତାକାର ତିନି ରଙ୍ଗରେ ସଜା ହେବ ଏମ୍ପାୟାର ଷ୍ଟେଟ ବିଲଡ଼ିଂ

ନ୍ୟୁୟର୍କ: ଆସନ୍ତା ୧୫ ତାରିଖରେ ଭାରତର ସ୍ବାଧୀନତା ଦିବସ ଆଉ ଏକ ଗୌରବମୟ ମୁହୂର୍ତ୍ତ ନେଇ ଆସୁଛି । ଆମେରିକାର ଟାଇମ୍ସ ସ୍କୋୟାରରେ ପ୍ରଥମ ଥର ପାଇଁ ଭାରତର ସ୍ବାଧୀନତା ଦିବସ ପାଳନ ହେବ ।   ଫେଡ଼େରେସନ ଅଫ୍ ଇଣ୍ଡିଆନ ଆସୋସିଏସନ (ଏଫ୍ଆଇଏ) ଏହି କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ସୂଚନା ମିଳିଛି । ପ୍ରଥମଥର ପାଇଁ କୌଣସି ଦେଶର ସ୍ବାଧୀନତା ଦିବସ ନ୍ୟୁୟର୍କର  ଟାଇମ୍ସ ସ୍କୋୟାରରେ ପାଳିତ ହେବ ଓ ଜାତୀୟ ପତାକା ଉତ୍ତୋଳନ କରାଯିବ ।

ଏଫ୍ଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନ୍ୟୂୟର୍କରେ ଭାରତୀୟ ମହାବାଣିଜ୍ୟ ଦୂତ ରଣଧୀର ଜୟସୱାଲ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ଯୋଗଦେବେ । ପ୍ରଥମଥର ପାଇଁ ଭାରତର ସ୍ବାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଜାତୀୟ ପତାା ଉତ୍ତୋଳନ ହେବ ଏବଂ ଏହାବ୍ୟତୀତ ଭାରତୀୟ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହାବ୍ୟତୀତ ଏମ୍ପାୟର ଷ୍ଟେଟ ବିଲଡ଼ିଂରେ ପ୍ରୋଜେକ୍ଟର ସହାୟତାରେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ବିଷୟ ଓ ସ୍ବାଧୀନୋତ୍ତର ଭାରତର ପ୍ରଗତି ମଧ୍ୟ ପ୍ରଦର୍ଶିତ ହେବ । ଏହି ଅଟ୍ଟାଳିକାକୁ ଭାରତର ସ୍ବାଧୀନତା ଦିବସ ନିମନ୍ତେ ତିନି ରଙ୍ଗର ଆଲୋକରେ ସଜ୍ଜିତ କରାଯିବ ।

Comments are closed.