ଐତିହାସିକ ମୁହୂର୍ତ୍ତ: ସାମ୍ନାକୁ ଆସିଲା ୫୦୦ ନିୟୁତ ଶତପରାର୍ଦ୍ଧ କିମି ଦୂର ‘କୃଷ୍ଣ ଗର୍ତ୍ତ’ର ପ୍ରଥମ ଚିତ୍ର

ନୂଆଦିଲ୍ଲୀ : ଆଜି ପର୍ଯ୍ୟନ୍ତ କୃଷ୍ଣ ଗର୍ତ୍ତ (ବ୍ଲାକ୍‍ ହୋଲ) କେବଳ ଏକ ସିଦ୍ଧାନ୍ତ ଥିଲା, ତାର କୌଣସି ଚିତ୍ର ସାମ୍ନାକୁ ଆସିନଥିଲା। ସମୟେ ସମୟେ ଏହି ସିଦ୍ଧାନ୍ତକୁ ନେଇ ପ୍ରଶ୍ନ ଏବଂ ତର୍କ ଆସୁଥିଲା। ହେଲେ ଏବେ ‘କୃଷ୍ଣ ଗର୍ତ୍ତ’ର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ଜ୍ୟୋର୍ତିବିଜ୍ଞାନୀମାନେ ‘କୃଷ୍ଣ ଗର୍ତ୍ତ’ର ପ୍ରଥମ ଚିତ୍ର ଉତ୍ତୋଳନ କରିଛନ୍ତି। ଏହି ‘କୃଷ୍ଣ ଗର୍ତ୍ତ’ ୫୦୦ ନିୟୁତ ଶତପରାର୍ଦ୍ଧ (୫୦୦ ମିଲିୟନ ଟ୍ରିଲିୟନ) କିଲୋମିଟର ଦୂରରେ ରହିଛି। ୮ଟି ଅଲଗା ଅଲଗା ଦୂରବୀକ୍ଷଣ ଯନ୍ତ୍ର ସାହଯ୍ୟରେ ଏହି ‘କୃଷ୍ଣ ଗର୍ତ୍ତ’ର ଚିତ୍ର ଉତ୍ତୋଳନ କରାଯାଇଛି। ଏହି ‘କୃଷ୍ଣ ଗର୍ତ୍ତ’ ଏମ୍‍-୮୭ ଆକାଶଗଙ୍ଗା (ଗାଲାକ୍ସି)ର ଅଂଶ ଅଟେ। ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲ ଲେଟର୍ସ ବୁଧବାର ଏହି ଚିତ୍ରକୁ ଜାରି କରିଛି।
ବୈଜ୍ଞାନିକଙ୍କ କହିବା ଅନୁସାରେ ଏମ୍‍-୮୭ ଆକାଶଗଙ୍ଗା ସ୍ଥିତ ‘କୃଷ୍ଣ ଗର୍ତ୍ତ’ ସୌରମଣ୍ଡଳଠାରୁ ବହୁ ଗଣା ବଡ଼। ଏହାର ବସ୍ତୁତ୍ୱ ସୂର୍ଯ୍ୟଠାରୁ ୬.୫ ଶହ କୋଟି ଗୁଣ ବଡ଼। ଏହା ସବୁଠାରୁ ବଡ଼ ବ୍ଲାକ୍‍ ହୋଲ ବା କୃଷ୍ଣ ଗର୍ତ୍ତ ବୋଲି କୁହାଯାଉଛି। ଆକରରେ ଏହା ପୃଥିବାୀଠାରୁ ୩୦ ଲକ୍ଷ ଗୁଣ ବଡ଼ ଅଟେ।
ପ୍ରକାଶଯୋଗ୍ୟ ଯେ କୃଷ୍ଣ ଗର୍ତ୍ତ ବା ବ୍ଲାକ୍‍ ହୋଲ ମହାକାଶର ଏକ ଏଭଳି ସ୍ଥାନ ଯେଉଁଠାରେ ଗୁରତ୍ୱାକର୍ଷଣ ଶକ୍ତି ବହୁତ ଅଧିକ ରହିଥାଏ। ଏଠାରେ ଗୁରୁତ୍ୱାକର୍ଷଣ ଶକ୍ତି ଏତେ ଅଧିକ ଥାଏ ଯେ ଏହା ମଧ୍ୟ ଦେଇ ଆଲୋକ ଯାଇପାରେ ନାହିଁ। ଏଥିପାଇଁ ଏହା ସବୁବେଳେ ଅନ୍ଧାରରେ ରହିଥାଏ। କୃଷ୍ଣ ଗର୍ତ୍ତ ଉଭୟ ବଡ଼ ଏବଂ ଛୋଟ ଆକରରେ ହୋଇପାରେ।

Comments are closed.