ପାକିସ୍ତାନରେ ପ୍ରଥମ ‘କରୋନା’ ମୃତ୍ୟୁ, ଇଟାଲୀରେ ଦିନକରେ ୩୪୯ ମୃତ

ଇସଲାମାବାଦ/ରୋମ୍‌: କରୋନା ଭୂତାଣୁ ଯୋଗୁ ସାରା ବିଶ୍ଵରେ ମଙ୍ଗଳବାର ସୁଦ୍ଧା ୭୧୬୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ଭୂତାଣୁ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବାବେଳେ ପାକିସ୍ତାନରେ ପ୍ରଥମ ଜୀବନ ନେଇଛି। ଏହି ବ୍ୟକ୍ତି ଜଣକ ଲାହୋରର ମାୟୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ନାମ ହେଉଛି ଇମ୍ରାନ ଘର ହଫିଜାବାଦରେ। ସେ ନିକଟରେ ଇରାନରୁ ଫେରିଥିଲେ। ଏବେ ପାକିସ୍ତାନରେ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ରେ ପହଞ୍ଚିଛି।

ଅନ୍ୟପଟେ ଇଟାଲୀରେ ଏବେ ଚୀନ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଠାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ହାର ଚୀନଠାରୁ ଅଧିକ ରହିଛି। ଏଠାରେ ଗତ ୨୪ ଘଣ୍ଟା​‌ ମଧ୍ୟରେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ଏବେ ସୁଦ୍ଧା ୨୧୫୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ୨୭୯୮୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ସୋମବାର ଦେଶରେ ୩୨୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.