ଓଡ଼ିଶାରେ ପ୍ରଥମ କରୋନା ରୋଗୀ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର: ସାରା ବିଶ୍ଵରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଓଡ଼ିଶାରେ ପହଞ୍ଚିଛି। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ଘର ଭୁବନେଶ୍ଵରର ବଡ଼ଗଡ଼ ଅଞ୍ଚଳରେ। ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ। ପରେ ୧୨ ତାରିଖରେ ଟ୍ରେନ ଯୋଗେ ଭୁବନେଶ୍ଵର ଆସିଥିଲେ। ସେ ଥଣ୍ଡା, ଜ୍ଵରରେ ଆକ୍ରାନ୍ତ ଥିଲେ। ଥଣ୍ଡାଜ୍ଵର ନ କମିବାରୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କର ରକ୍ତ ନମୁନା ଏବଂ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର(ଆରଏମଆରସି)କୁ ପଠାଯାଇଥିଲା। ସେଠାରେ ପରୀକ୍ଷାନିରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଛି।

Comments are closed.