ମଦକୁ ନେଇ ଝଗଡା, ପରେ ଗୁଳିମାଡ଼

ରାଜଧାନୀରେ ଫୁଟୁଛି ଗୁଳି, ପୋଲିସ ହାତ ଖାଲି

ଭୁବନେଶ୍ୱର : ପୁଣି ରାଜଧାନୀରେ ଫୁଟିଲା ଗୁଳି। ଚନ୍ଦକା ଥାନା ଅନ୍ତର୍ଗତ ଏକ ରେସ୍ଟୁରାଣ୍ଟରେ ଗୁଳିମାଡ଼ ଘଟିଛି। ଏହି ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ରେସ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ପରେ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡରେ ଜଣେ ଆହତ ଗୁରୁତର ହୋଇଛନ୍ତି।

Comments
Loading...