ଗୁଳିକାଣ୍ଡରେ ଯୁବକ ଗୁରୁତର

ବ୍ରଜରାଜନଗର : ବ୍ରଜରାଜନଗରସ୍ଥିତ କାଳୀନଗର ଏମସିଏଲ କଲୋନୀରେ ସୋମବାର ସକାଳ ସମୟରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ସଞ୍ଜୟ କୁମାର ଗୁପ୍ତା। ଗୁରୁତର ଭାବେ ସଞ୍ଜୟଙ୍କୁ ପ୍ରଥମେ ଏମସିଏଲ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି। ଗୋଟିଏ ସଞ୍ଜୟଙ୍କ ପେଟ ଉପରେ ଓ ଅନ୍ୟଟି ପିଠିରେ ବାଜିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.