ଦୁର୍ଘଟଣାରେ ରାସ୍ତାରେ ପଡି ଥିବା ଯୁବକକୁ ଡାକ୍ତରଖାନାକୁ ନେଲେ ଅଗ୍ନିଶମ ବିଭାଗ

ପାତ୍ରପୁର : ପାତ୍ରପୁର ବ୍ଳକ ନୁଆ ପେଣ୍ଠ ଗ୍ରିଡ୍ ସବ୍ ଷ୍ଟେସନ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ଜଣକ ହେଉଛନ୍ତି ତାଳପଡା ଗ୍ରାମର  ପ୍ରଶାନ୍ତ କୁମାର ସାହୁ (୨୨) ବୋଲି ସୂଚନା ମିଳିଛି। କୌଣସି କାମରେ ସେ ପାତ୍ରପୁର ଯାଇ ଫେରୁଥିବା ବେଳେ ନୁଆ ପେଣ୍ଠ ବିଦ୍ୟୁତ ଗ୍ରିଡ୍ ସବ୍ ଷ୍ଟେସନ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ଉକ୍ତ ଯୁବକର ମୁଣ୍ଡକୁ ଗଭୀର ଆଘାତ ଲାଗି ରାସ୍ତାରେ ପଡି ଛଟ-ପଟ ହେଉ ଥିଲେ। ଏହି ସମୟରେ ସେହି ରାସ୍ତାଦେଇ ତିତିଗାଁରୁ ପାତ୍ରପୁର ଅଗ୍ନିଶମ ବାହିନୀ ଦଳ ଫେରୁଥିବା ବେଳେ ଏହି ଯୁବକକୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଥିବା ଜଣାପଡିଛି। ପ୍ରଶାନ୍ତଙ୍କ ପକେଟରୁ କୋଡ଼ିଏ ହଜାର ଟଙ୍କା ମିଳିଛି। ତାଙ୍କ ବାପା ଆସି ନିଜ ପରିଚୟ ଜଣାଇଲେ ଏହି ଟଙ୍କା ତାଙ୍କୁ ଦିଆ ଯିବ ବୋଲି ଅଗ୍ନିଶମ ବିଭଗ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ତେବେ ଅଗ୍ନିଶମ ବିଭଗର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।

Comments are closed.