ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ; ନାବାଳକ ଜୀବନ୍ତ ଦଗ୍ଧ

ସୋନପୁର : ଗ୍ୟାସ ଲିକରୁ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ୯ ବର୍ଷ ନାବାଳର ମୃତ୍ୟ୍ରୁ ହୋଇଥିବା ନେଇ ରବିବାର ଖବର ମିଳିଛି। ଏଭଳି ଅଭାବନୀୟ ଘଟଣା ସୋନପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ଗାଁରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଉକ୍ତ ନାବାଳକଙ୍କ ଘରେ ଆଜି ସକାଳ ସମୟରେ ରୋଷେଇ ହେବା ସମୟରେ କୌଣସି କାରଣରୁ ଗ୍ୟାସ ଲିକ ହେବା ସହ ନିଆଁ ଲାଗି ଯାଇଥିଲା। ସେହି ସମୟରେ ଶୋଇଥିବା ଅବସ୍ଥାରେ ନିଆଁରେ ଜଳିଯାଇ ନାବାଳକ ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.