ରାଜଧାନୀରେ କବାଡି ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନବିହାର ଅଞ୍ଚଳର ଏକ କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ସୁଭଦ୍ରା ଆପାର୍ଟମେଣ୍ଟ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ଘଟି ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Comments are closed.