ମୁମ୍ବଇର ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ; ୪ ଆହତ

ମୁମ୍ବଇ : ମୁମ୍ବଇର ଅନେ୍ଧରୀ ଅଞ୍ଚଳରେ ୟାରୀ ରୋଡ ନିକଟସ୍ଥ ଏକ ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇ ଥିବା ନେଇ ବୁଧବାର ଖବର ମିଳିଛି। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏଭଳି ବିସ୍ଫୋରଣ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ।

 

Comments are closed.