ୟୁପିଏସସି ଭବନରେ ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀର ଶାହଜହାଁ ରୋଡ଼ ସ୍ଥିତ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ସୂଚନା ମୁତାବକ, କୋଠାର ଚତୁର୍ଥ ମହଲାରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଦମକଳ ବିଭାଗର ପାଞ୍ଚଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛି। ୟୁପିଏସସି ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଦିନ ପ୍ରାୟ ୩ଟା ୧୦ ସମୟରେ କୋଠାରେ ନିଆଁ ଲାଗିଥିଲା।

 

Comments are closed.