ପାନଦୋକାନ ଜଳିଗଲା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ 

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ସାହାଜପାଲ ଗ୍ରାମର ଜାତୀୟ ରାଜପଥ କଡରେ ଥିବା ଏକ ପାନ ଦୋକାନରେ ସୋମବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ସାହାଜପାଲ ଛକରେ ଗ୍ରାମର ବଳରାମ ଦାଶ ପାନଦୋକାନ କରିଥିବାବେଳେ ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ହଠାତ ତାଙ୍କ ଦୋକାନ ଚାଳରେ ନିଆଁ ଲାଗିଥିବା ଲୋକମାନେ ଦେଖି ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ବୌଦ୍ଧରୁ ଦମକଳ ପହଂଚିବା ପୂର୍ବରୁ ଦୋକାନର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ବଳରାମଙ୍କ ଦୋକାନରେ ଥିବା ଫ୍ରିଜ୍‍ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପୋଡି ଯାଇଥିଲା। ଦୋକାନରେ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Comments are closed.