ଭାରତୀୟ ଷ୍ଟେଟ ବ୍ୟାଙ୍କର ସାକ୍ଷୀଗୋପାଳ ଶାଖାରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ: ଭାରତୀୟ ଷ୍ଟେଟ ବ୍ୟାଙ୍କର ସାକ୍ଷୀଗୋପାଳ ଶାଖାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ କୌଣସି କାରଣରୁ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନେ ଜୀବନ ବିକଳରେ ବ୍ୟାଙ୍କରୁ ପଳାଇ ଆସିଥିଲେ। ସାକ୍ଷୀଗୋପାଳ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ସତ୍ୟବାଦୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Comments are closed.