ପୁଣେର ମାର୍କେଟରେ ଅଗ୍ନିକାଣ୍ଡ ; ଜଳିଗଲା ୫୦୦ରୁ ଅଧିକ ଦୋକାନ

ପୁଣେ : ମହାରାଷ୍ଟ୍ର ପୁଣେର କ୍ୟାମ୍ପ ଅଞ୍ଚଳରେ ଫ୍ୟାଶନ ଷ୍ଟ୍ରିଟରେ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଖବର ମିଳିଛି। ନିଆଁ ଲାଗିବା ମାତ୍ରେ ମାର୍କେଟରେ ପ୍ରବଳ ଧୂଆଁ ଦେଖାଯାଇଥିଲା। ଖବର ପାଇ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଫ୍ୟାଶନ ଷ୍ଟ୍ରିଟ ମାର୍କେଟର ଅଧିକାଂଶ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଏଯାବତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
ଦମକଳ ବିଭାଗର କର୍ମଚାରୀଙ୍କ ମତାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ମାର୍କେଟର ପ୍ରାୟ ୫୦୦ରୁ ଅଧିକ ଛୋଟ ଦୋକାନ ପୋଡି ପାଉଁଶ ହୋଇଯାଇଛି। ନିଆଁ ଖୁବ ଶୀଘ୍ର ଉକ୍ତ ଅଞ୍ଚଳରେ ବ୍ୟାପିଯାଇଥିଲା।
ସୂଚନା ଯୋଗ୍ୟ, ପୁଣେର ଏମଜୀ ରୋଡସ୍ଥିତ ଏହି ଫ୍ୟାଶନ ଷ୍ଟ୍ରିଟ ମାର୍କେଟ ସପିଂଙ୍ଗ ପାଇଁ ବେଶ ପ୍ରସିଦ୍ଧ। ଏଠାରେ ପୋଷାକ, ଜୋତା ଚପଲ, ଚଷମା ଓ ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ ଜିନିଷ ମିଳିଥାଏ। ଭିଡ କାରଣରୁ ଦମକଳ କର୍ମଚାରୀଙ୍କୁ ଉକ୍ତ ଅଞ୍ଚଳରେ ପହଞ୍ଚିବାକୁ ଖୁବ କଷ୍ଟ କରିବାକୁ ପଡିଥିଲା।

Comments are closed.