କାରଖାନାରେ ବିସ୍ଫୋରଣ ; ୧ ମୃତ, ୪ ଗୁରୁତର

ମୁମ୍ବଇ : ମହାରାଷ୍ଟ୍ରର ବୋଈସରରେ ଶନିବାର ସକାଳେ ଏକ ପୋଷାକ କାରଖାନାରେ ବଡ ଧରଣ ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ବିସ୍ଫୋରଣ ଫଳରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଜଣେ ସେଠାରେ ଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି କରିଥିଲେ। ଏହାସହ ଉଦ୍ଧାର କାର୍ଯ୍ୟ ମଧ୍ୟ କରିଥିଲେ। ପାଲଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.