ଭୁବନେଶ୍ବର କଳ୍ପନା ଛକ ଭେଣ୍ଡିଙ୍ଗଜୋନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫ ଦୋକାନ

ଭୁବନେଶ୍ବର: ଭୁବନେଶ୍ବରର କଳ୍ପନା ଛକରେ ଥିବା ଭେଣ୍ଡିଙ୍ଗଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଭେଣ୍ଡିଙ୍ଗଜୋନରେ ଥିବା ୨୫ଟି ଦୋକାନ ଜଳିଯାଇଥିବା ଜଣାପଡିଛି। ଗୁରୁବାର ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି। ଭେଣ୍ଡିଙ୍ଗଜୋନରେ ରହିଥିବା ଫଳ ଦୋକାନ ଗୁଡିକ ଏହି ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଖବର ପାଇବା​‌ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଆହତଙ୍କ କୌଣସି ସୂଚନା ମିଳିନଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।

Comments are closed.