ହୋଟେଲ ଆର୍ଯ୍ୟ ପ୍ୟାଲେସ​‌ରେ ଅଗ୍ନିକାଣ୍ଡ,୫ ଆହତ

ଭୁବନେଶ୍ବର: ହୋଟେଲ ଆର୍ଯ୍ୟ ପ୍ୟାଲେସରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ୫ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଶୋକ ନଗର ସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସ ରୋଷେଇ ଘରେ ନିଆଁ ଲାଗିଯାଇଥିଲା। ହୋଟେଲ ପରିସରରେ ନିଆଁ ଲାଗିବା ଜାଣିବା​‌ ପରେ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହୋଟେଲ ପରିସରରେ ନିଆଁ ଲାଗିବା ଜାଣିବା ପରେ ହୋଟେଲରେ ରହିଥିବା ଅତିଥି  ଏବଂ କର୍ମଚାରୀ ଭୟରେ ବାହାରକୁ ଦୌଡିବାକୁ ଲାଗିଥିଲେ। ଯାହା ଫଳରେ ୫ ରୁ ୬ ଜଣ ଲୋକ ଆହତ ହୋଇଥିଲେ।

 

 

 

Comments are closed.