ଅଗ୍ନିକାଣ୍ଡରେ ୩ ବଖରା ଭସ୍ମୀଭୂତ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନସ୍ଥ ହାତୀବନ୍ଧ ଗାଁରେ ବୁଧବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୩ବଖରା ଚାଳଘର ଭସ୍ମୀଭୂତ ହୋଇଯାଇଛି। ରୋଷେଇ ଘରୁ ଲାଗିଥିବା ଏହି ନିଆଁରେ ବଳରାମ ବାସ୍କେଙ୍କ ସମ୍ପୂର୍ଣ୍ଣ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ବଳରାମଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଘରେ ରହିଥିବା ଧାନ, ଚାଉଳ, କାଗଜପତ୍ର, ଟଙ୍କା ପଇସା ସହ ଘରର ସମସ୍ତ ଆସବାବ ପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ, ଖବର ପାଇ ବଡ଼ସାହି ଓ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ, ସେତେବେଳକୁ ସବୁ କିଛି ହରାଇ ସାରିଥିଲେ ପରିବାର ଲୋକେ। ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି ହେଉଛି। ସରପଞ୍ଚ, ପୂର୍ବତନ ସରପଞ୍ଚ ଓ ଖାନୁଆ ଆରଆଇ ଘଟଣା ସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.