ତାମୁଳିଆ ପୋଲ ଉପରେ ଜଳିଲା ଡମ୍ଫର

ବାଲେଶ୍ବର: ବାଲେଶ୍ବର ସହର ସ୍ଥିତ ତାମୁଳିଆ ପୋଲ ଉପରେ ଏକ ଚଳନ୍ତା ଡମ୍ଫରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ରବିବାର ଅପରାହ୍ଣ ପ୍ରାୟ ୧ଟା ବେଳେ ହଠାତ ଡମ୍ଫରରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା କ୍ଷଣି ଗାଡିରୁ ଓହ୍ଲାଇ ପଡ଼ିଥିବାରୁ ଚାଳକଙ୍କ ଜୀବନ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲ ଉପରେ ଭିଡ ହେବାରୁ ପୁଲିସ ଭିଡ ନିୟନ୍ତ୍ରଣ କରୁଛି। ଡମ୍ଫରରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Comments are closed.