ଦିଲ୍ଲୀର ଫର୍ଣ୍ଣିଚର ବଜାରରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଫର୍ଣ୍ଣିଚର ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ରବିବାର ଖବର ମିଳିଛି। ଶାସ୍ତ୍ରୀ ବଜାରସ୍ଥିତ ଫର୍ଣ୍ଣିଚର ମାର୍କେଟରେ ଅଗ୍ନିକାଣ୍ଡରେ ପ୍ରାୟ ୨୫୦ ଦୋକାନ ପୋଡି ପାଉଁଶ  ହୋଇ ଯାଇଛି। ଘଟଣାସ୍ଥଳରେ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ନିଆଁ ଲାଗିବା ନେଇ ଖବର ପାଇ ତୁରନ୍ତ ଦମକଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୩୨ଟି ଅଗ୍ନିଶମ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିବା ସହ ନିଆଁକୁ ଆୟତ୍ତ କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.