ବଲାଙ୍ଗୀର : ଆୟତ୍ତ ହେଲା କୋଇଲା ବୋଝେଇ ଟ୍ରେନରେ ଲାଗିଥିବା ନିଆଁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନରେ ଲାଗିଥିବା ନିଆଁ ଆୟତ୍ତ ହୋଇଛି । ଦୀର୍ଘ ସମୟର ପ୍ରୟାସ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ମୁରିବାହାଲ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା। ତେବେ ତାହା କଣ୍ଟାବାଞ୍ଝି ଷ୍ଟେସନ ପାଖରେ ଅଟକିଥିଲା । ପ୍ରାୟ ୨୦ରୁ ୨୧ଟି ବଗିରେ ନିଆଁ ଲାଗିଥିବା ଜଣାପଡିଛି। ହେଲେ ନିଆଁ ଳାଗିବାର କାରଣ ସ୍ପଷ୍ଟ ଜଣାପଡି ନାହିଁ । ବିଶାଖାପାଟଣାରୁ ଏହି କୋଇଲା ବୋଝେଇ ଟ୍ରେନ ରାୟପୁର ଯାଉଥିଲା।  ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ ନିଆଁକୁ ଆୟତ୍ତ କଲାପରେ ଟ୍ରେନଟି ଲକ୍ଷ୍ୟ ପଥରେ ଗତି କରିଛି।

Comments are closed.