କଟକ ବାଦାମବାଡ଼ି ଭରତିଆ ଟାୱାରରେ ଲାଗିଲା ନିଆଁ, ଜଣେ ଗୁରୁତର

ଭୁବନେଶ୍ବର: କଟକ ସହରର ବାଦାମବାଡ଼ି ସ୍ଥିତ ଭରତିଆ ଟାୱାରର ପଞ୍ଚମ ମହଲାରେ ହଠାତ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।  ଭରତିଆ ଟାୱାରରେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଥିବାବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ପ୍ରାୟ ଘଣ୍ଟାଏ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

 

ଭରତିଆ ଅଗ୍ନିକାଣ୍ଡର ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜାଣିବାକୁ ମିଳିଛି। ଏଠାରେ ସୂଚନା ଯୋଗ୍ୟରେ କଟକ ସହରର ବାଦାମବାଡ଼ି ବସଷ୍ଟାଣ୍ଡରେ ଭରତିଆ ଟାୱାର ରହିଛି। ଭରତିଆ ଟାୱାରରେ ଶତାଧିକ ବ୍ୟବସାୟ ଅନୁଷ୍ଠାନ ରହିଛି।

Comments are closed.