ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବାକୁ ଗଲା ୧୦ ଦମକଳ

ଚୌଦ୍ୱାର: ସ୍ଥାନୀୟ ଚାରବାଟିଆ ଏଆରସିରେ ଲାଗିଛି ନିଆଁ । ଏଆରସିର ରିସର୍ଚ ସେଣ୍ଟର ପରିସରରେ ଏହି ନିଆଁ ଏତେ ଜୋରରେ ବ୍ୟାପିଛି ଯେ ତାହାକୁ ଲିଭାଇବା ପାଇଁ ୧୦ଟି ଦମକଳ ମୁତୟନ ହୋଇଛି ।

କେଉଁପରିସ୍ଥିତିରେ ଓ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଏଥିରେ କ’ଣ କ୍ଷୟକ୍ଷତି ଘଟିଛି ତାହାର ମଧ୍ୟ ଆକଳନ ହୋଇପାରି ନାହିଁ । ତେବେ ଏଆରସି ପରିସରରେ ଗଚ୍ଛିତ ଗୋଳାବାରୁଦ ସୁରକ୍ଷିତ ରହିଛି ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।

Comments are closed.