ଗ୍ୟାସ ସିଲିଣ୍ଡର ଲିକରୁ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଠାରେ ମଙ୍ଗଳବାର ସକାଳୁ ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁ ଶ୍ରୀହର ବାବୁଙ୍କ ଘର ଭିତରେ ଥିବା ବିଭିନ୍ନ ଆସବାବପତ୍ର ସହ ବାଇକ ଓ ସାଇକଲ ପୋଡି ଯାଇଛି । ନିଆଁ ଦେଖି ନିଜ ଜୀବନ ବଞ୍ଚାଇବାକୁ ୩ ଜଣ ଛାତ ଉପରୁ ତଳକୁ ଡେଇଁ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ଜଳଖିଆ ଦୋକାନ ପାଇଁ ଘର ଭିତରେ ରୋଷେଇ ଚାଲୁଥିବା ବେଳେ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

Comments are closed.