ନୋଏଡାରେ ଖେଳନା କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ନୋଏଡା ସେକ୍ଟର-୬୩ରେ ଥିବା ଏକ ଖେଳନା ତିଆରି କାରଖାନାରେ ଅଗ୍ନିକାଣ୍ଡ ହୋଇଛି। ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ କର୍ମଚରୀ ପହଞ୍ଚି ନିଆଁ ଲିଭାଇବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଏହି ଅଗ୍ନିକାଣ୍ଡ କିପରି ହେଲା ଏବଂ କେତେ କ୍ଷୟକ୍ଷତି ଘଟିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ଅଗ୍ନିଶମ ଅଧିକାରୀ ନରେଶ ସିଂ ସୂଚନା ଦେଇ କହିଛନ୍ତି, ଘଟଣାସ୍ଥଳରେ ୨୦ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛି।