କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୨୫ ଦମକଳ ଗାଡ଼ି ନିୟୋଜିତ

କୋଲକାତା: ପଶ୍ଚିମବଙ୍ଗର କୋଲକାତା ଅନ୍ତର୍ଗତ ଜଗନ୍ନାଥ ଘାଟ ନିକଟରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୨୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ପଶ୍ଚିମବଙ୍ଗର ଆପାତକାଳୀନ ସେବା ମନ୍ତ୍ରୀ ସୁଜିତ ବୋସ ଏବଂ ଅଗ୍ନିଶମ ସେବା ମହାନିର୍ଦେଶକ ଘଟଣାସ୍ଥଳରେ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି। ଫ୍ୟାକ୍ଟ୍ରି ଦେଇ ଯାଇଥିବା ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। କୋଲକାତା ଡିସିପି ଟ୍ବିଟ୍‌ କରି କହିଛନ୍ତି, ଜଗନ୍ନାଥ ଘାଟ ନିକଟରେ ଅଗ୍ନିକାଣ୍ଡ ଯୋଗୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଦିଆଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଦମକଳ ଅଧିକାରୀ ଦେବତାନୁ ବୋସ କହିଛନ୍ତି, ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଦମକଳର ୨୫ଟି ଗାଡ଼ି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଫ୍ୟାକ୍ଟ୍ରି ଭିତରକୁ ପ୍ରବେଶ କରିପାରୁ ନାହାନ୍ତି। ଫ୍ୟାକ୍ଟ୍ରି ମଧ୍ୟ ଭାଗରେ ଥିବା ଛାତ ଭୁଶୁଡ଼ି ପଡ଼ିଛି।

Comments are closed.