ମୁମ୍ବଇ: ୫ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ମୁମ୍ବଇ: ମୁମ୍ବଇର ଚରନୀକୋଡ୍‌ ଗ୍ରାଣ୍ଟ ରୋଡ୍‌ ଅଞ୍ଚଳର ଡ୍ରିମଲାଣ୍ଡ ସିନେମା ହଲ ନିକଟରେ ଥିବା ଏକ ୫ ମହଲା ବିଶିଷ୍ଟ ଆଦିତ୍ୟ ଆର୍କେଡ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ସକାଳ ୬ଟାରେ କୋଠାର ଗ୍ରାଉଣ୍ଡ ଫ୍ଲୋର ଏବଂ ପ୍ରଥମ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବରପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ କୋଠାରେ ଫଶିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିଛନ୍ତି। କୋଠାରୁ ୯ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଅସୁସ୍ଥ ହୋଇପଡ଼ିଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.