ନୋଏଡ଼ା: ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ୪ଟି ଦମକଳ ଗାଡ଼ି ନିଆଁ ଲିଭାରେ ନିୟୋଜିତ

ନୋଏଡ଼ା: ନୋଏଡ଼ାର ସେକ୍ଟର ୧୮ ସ୍ଥିତ ଏକ ବିଲ୍ଡିଂରେ ବୁଧବାର ଦ୍ବିପ୍ରହର ସମୟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ତେବେ ସବୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ମୁଖ୍ୟ ଅଗ୍ନିଶମ ଅଧିକାରୀ ଅର୍ଜୁନ ସିଂହ କହିଛନ୍ତି ଯେ, ସେକ୍ଟର ୧୮ ମାର୍କେଟରେ ଥିବା କୋଠାର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ନିଆଁ ଲାଗିଯିବାରୁ ପ୍ରାୟ ୧୨ ଜଣ ଲୋକ ଫଶି ରହିଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି ଏବଂ ଏଥିରେ କୌଣସି ମୃତାହତ ସୂଚନା ନାହିଁ। ନିଆଁକୁ ଆୟତ୍ତ କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

 

Comments are closed.