ଧାନ ଖଳାରେ ଅଗ୍ନିକାଣ୍ଡ, ସରକାରୀ ସହାୟତା ଦାବି

ଲାଠୋର: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ମସିଣା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନ ବେଳେ ଏକ ଧାନ ଖଳାରେ ନିଆଁ ଲାଗି ସଂପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଥିବା ଜଣାପଡିଛି। ପ୍ରକାଶ ଯେ ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ମସିଣା ଗ୍ରାମର ଓଁକାରସିଂ ମାଝୀ (୩୫) ବସବାସ କରନ୍ତି। ତାଙ୍କ ସ୍ତ୍ରୀ କୁନ୍ତି ଭୋଇ (୩୦), ପୁଅ ଲୋକନାଥ (୧୦), ଲୟକାନ୍ତ (୨) ଓ ଝିଅ ମାଧୁରି (୫)ଙ୍କୁ ନେଇ ତାଙ୍କର ପରିବାର। ନିଜର ୩ ଏକର ଜମିରେ ଚାଷ କରି ଯାହା ଧାନ ଅମଳ ହୁଏ ସେଥିରେ ତାଙ୍କ ପରିବାର ଚଲେ। ‘ସଳର ଅମଳ ହିଁ ତାଙ୍କ ଜିବନର ରାସ୍ତା ସାଜିଥିବା ବେଳେ ରବି ‘ସଳରେ ଧାନ ଚାଷ କରିଥିଲେ। ବହୁ କଷ୍ଟରେ ଲୋକଙ୍କୁ ଜୁଗାଡ କରି ଧାନ କଟାଇ ନିଜ ଖଳାରେ ସାଇତି ରଖିଥିଲେ। ଶୁକ୍ରବାର ଦିନ ଧାନକୁ ମଡେଇବାର ଯୋଜନା କରିଥିବା ବେଳେ ଭୋର ସକାଳୁ ଧାନ ଖଳାକୁ ଆସି ଦେଖିଲା ବେଳକୁ ଧାନ  ଖଳା ହୁତୁହୁତୁ ହୋଇ ଜଲୁଥିଲା। ଆଖପାଖ ଲୋକଙ୍କୁ ଡାକି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ନିଆଁକୁ ଆୟତ୍ତ କରି ପାରିନଥିଲେ। ଶେଷରେ ଖପ୍ରାଖୋଲ ଦମକଳ ବାହିନୀକୁ ଯୋଗାଯୋଗ କରିବାରୁ ଦମକଳବାହିନୀ ପହଞ୍ଚି ଉକ୍ତ ନିଆଁକୁ ଲିଭାଇଥିଲେ। ହେଲେ ସେତେବେଳକୁ ଧାନ ଖଳା ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା। କେହି ଦୁର୍ବୃତ୍ତ ତାଙ୍କ ଧାନ ଖଳାରେ ନିଆଁ ଲଗାଇ ଦେଇଥିବା କୋହଭରା କଣ୍ଠରେ ଶ୍ରୀ ଭୋଇ କହିଛନ୍ତି  । ଏଭଳି ଲଗଡାଉନ ପରିସ୍ଥିତିରେ ଆଗାମୀ ଦିନରେ ସେ କିପରି ପରିବାର ପ୍ରତିପୋଷଣ କରିବେ ତାହାକୁ ସେ ଚିନ୍ତାରେ ପଡିବା ସହ ଭାଙ୍ଗି ପଡିଛନ୍ତି ଓ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗୁହାରି କରିଛନ୍ତି।

Comments are closed.